କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବିରୋଧୀ ନେତାଙ୍କୁ ଶ୍ରୀନଗର ବିମାନ ବନ୍ଦରରୁ ଫେରାଇ ଦିଆଯାଇଛି । ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିବା ପରେ ଏହି ନେତା ମାନଙ୍କୁ ପୁନର୍ବାର ଦିଲ୍ଳୀ ଫେରାଇ ଦିଆଯାଇଛି । ଧାରା 370ର ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ରାହୁଲ ଏବଂ ବିପକ୍ଷ ଦଳର ଅନ୍ୟ ନେତା ମାନେ ଜମ୍ମୁ କାଶ୍ମୀର ଗସ୍ତ କରିବାକୁ ଚାହିଁଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡିଛି । ଏହି ଯାତ୍ରାରେ ରାହୁଲଙ୍କ ସହ ଗୁଲାମ ନବି ଆଜାଦ, କେସି ଭେଣୁଗୋପାଳ, ଆନନ୍ଦ ଶର୍ମା, ସୀତାରାମ ୟେଚୁରୀ, ଡି ରାଜା, ତିରୁଚି ଶିବା, ଦିନେଶ ତ୍ରିବେଦୀ, ମଜିତ ମେମନ, ମନୋଜ ଝା ଓ ଉପେନ୍ଦ୍ର ରେଡ୍ଡୀ ପ୍ରମୁଖ ତାଙ୍କ ସହିତ ରହିଥିଲେ । ଜମ୍ମୁ କାଶ୍ମୀରରେ ଶାନ୍ତି ଫେରାଇ ଆଣିବାର ପ୍ରୟାସ କରାଯାଉଛି ଏବଂ କୌଣସି ନେତାଙ୍କୁ ଏହି ଶାନ୍ତି ଭଙ୍ଗର ସୁଯୋଗ ପ୍ରଦାନ କରାଯିବ ନାହିଁ ବୋଲି ଜମ୍ମୁ କାଶ୍ମୀର ପୋଲିସ୍ ପକ୍ଷରୁ ଟ୍ବିଟ୍ କରାଯାଇଛି ।