ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ମରଶରୀର ଦିଲ୍ଲୀ ଏମ୍ସରୁ କୈଳାସ କଲୋନୀସ୍ଥିତ ବାସଭବନକୁ ଅଣାଯାଇଛି । ସୂଚନା ମୁତାବକ ରବିବାର ଅପରାହ୍ନରେ ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯିବ। ଜେଟଲୀଙ୍କ ନିଧନ ଆଜି ମଧ୍ୟାହ୍ନ ୧୨ଟା୭ ମିନିଟରେ ଦିଲ୍ଲୀ ସ୍ଥିତ ଏମ୍ସରେ ହୋଇଥିଲା। ନିଃଶ୍ଵାସ ପ୍ରଶ୍ଵାସରେ ଯନ୍ତ୍ରଣା ହେବାରୁ ତାଙ୍କୁ ଅଗଷ୍ଟ ୯ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ୬୬ ବର୍ଷ ବୟସରେ ଜେଟ୍ଲୀଙ୍କ ମୃତ୍ୟୁ ହୋଇଛି । ରବିବାର ସକାଳେ ତାଙ୍କର ମରଶରୀରକୁ ବିଜେପି ମୁଖ୍ୟାଳୟ ଅଣାଯିବ, ଏଠାରେ ରାଜନୈତିକ ଦଳର ନେତାମାନେ ଅନ୍ତିମ ଦର୍ଶନ କରିବେ। ଏହା ପରେ ବିଜେପି ମୁଖ୍ୟାଳୟରୁ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଗମବୋଧ ଘାଟ ନିଆଯିବ। ଜେଟଲୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମୁଖ୍ୟ ସଙ୍କଟମୋଚକ ଥିଲେ। ନିଜର ଲମ୍ଵା ରାଜନୈତିକ କ୍ୟାରିୟରେ ଜେଟଲୀ ଅନେକ ମନ୍ତ୍ରୀ ପଦ ଦାୟିତ୍ଵ ନିର୍ବାହ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ସମ୍ମିଳନୀରେ ଯୋଗଦେବା ପାଇଁ ବିଦେଶ ଗସ୍ତରେ ଥିବାବେଳେ ଜେଟ୍ଲୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇ ପାରିବେ ନାହିଁ । ମୋଦି ଅରୁଣ ଜେଟ୍ଲୀଙ୍କ ମୃତ୍ୟୁରେ ଶୋକ ପ୍ରକଟ କରିବା ସହ ଜେଟ୍ଲୀଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇ ସାନ୍ତ୍ବନା ହୋଇଛନ୍ତି ।