ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ତରଫରୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଜାୟେଦ୍’ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହା ପୂର୍ବରୁ ଏହି ସମ୍ମାନରେ ବିଶ୍ବର ବହୁ ନେତା ସମ୍ମାନିତ ହୋଇଛନ୍ତି । ପୂର୍ବରୁ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମର୍ ପୁଟିନ୍, ମହାରାଣୀ ଏଲିଜାବେଥ୍ ଦ୍ବିତୀୟ ଓ ଚୀନ୍ର ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ପ୍ରମୁଖ ସାମିଲ୍ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ସଂଯୁକ୍ତ ଆରବ ଏମିରାଟ୍ (ୟୁଏଇ) ଗସ୍ତରେ ଅଛନ୍ତି । ଏଠାରେ ମୋଦି ୟୁଏଇ ପ୍ରଧାନମନ୍ତ୍ରୀ ଶନିବାର ଆବୁଧାବିର ରାଜା ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନହ୍ୟାନ୍ଙ୍କ ସହ ଆଲୋଚନା କରିଛନ୍ତି । ୟୁଏଇ ଅପ୍ରେଲ୍ ମାସରେ ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବାର ଘୋଷଣା କରିଥିଲେ । ଭାରତ ସହିତ ୟୁଏଇର ଐତିହାସିକ ଓ ବାଣିଜ୍ୟିକ ତଥା ସାମରିକ ସମ୍ବନ୍ଧ ବେଶ୍ ସୁଦୃଢ, ଏତ୍ଦବ୍ୟତୀତ ଏହି ସମ୍ପର୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ମୋଦି ଏହି ସମ୍ବନ୍ଧରେ ପ୍ରଗାଢତା ଆଣିବା ନିମନ୍ତେ କାମ କରିଛନ୍ତି ବୋଲି ଆବୁଧାବିର ଓ୍ବିଲ୍ଅହଦ୍ ଶାହଜାଦା ମୋହମ୍ମଦ ବିନ୍ ଜାୟେଦ ଅଲ୍ ନହ୍ୟାନ୍ ଟୁଇଟ୍ କରିଥିଲେ । ପାଖାପାଖି ୬୦ ଅରବ ଆମେରିକୀୟ ଡଲାରର ବାର୍ଷିକ ଦ୍ବିପାକ୍ଷିକ ବାଣିଜ୍ୟିକ କାରବାର ସହିତ ୟୁଏଇରେ ଭାରତ ତୃତୀୟ ବୃହତ ସହଯୋଗୀ ଅଟେ । ଏହି ଗସ୍ତ ଅବସରରେ ମୋଦି ବହୁପାକ୍ଷିକ ଦ୍ୱିପକ୍ଷୀୟ ସଂପର୍କକୁ ଆହୁରି ମଜବୁତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।