ସମୀକ୍ଷା ବ୍ୟୁରୋ :
ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର ଶାଖା ଓ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ କଳିଙ୍ଗ ବୈଶ୍ୟ ଧର୍ମଶାଳା ବାଣପୁରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହେଇଯାଇଛି|
ଉକ୍ତ ଶିବିରରେ ୩୬ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ଏସ.ଏଫ.ଡି ଯୁଗ୍ମ ସଂଯୋଜକ ଶ୍ରୀମାନ ସୀତାରାମ ଅଗ୍ରୱାଲ ଉଦ୍ଘାଟନ କରିଥିବା ସହ ଆଗାମୀ ଦିନରେ ସମଗ୍ର ବାଣପୁର-ବାଲୁଗାଁ ଓ ଚିଲିକା ଅଂଚଳରେ ରକ୍ତଦାନ ଶିବିର ପରି କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯିବ ବୋଲି ସୂଚନା ଦେଇଥିଲେ। ବିଦ୍ୟାର୍ଥୀ ପରିଷଦ ବର୍ଷ ତମାମ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ର ଓ ସାମାଜିକ କ୍ଷେତ୍ରରେ କାମ କରିଥାଏ।
ଏହି ମହତ କାର୍ଯ୍ୟକ୍ରମରେ ବାଣପୁର ସମ୍ବାଦ ପ୍ରତିନିଧି ସୁନୀଲ କୁମାର ସୁବୁଦ୍ଧି ସମ୍ପୂର୍ଣ୍ଣ ସହଯୋଗ କରିଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଏବିଭିପି ନଗର ସମ୍ପାଦକ ବିକାଶ କୁମାର ସେଠି, ସହ ସମ୍ପାଦକ ମହେସିସ ଲେଙ୍କା, ରାଜକିଶୋର ଦଳାଇ, ଅଭିଷେକ ସ୍ୱାଇଁ, କୀର୍ତ୍ତି ଖୁଣ୍ଟିଆ, ହିମାଂଶୁ ଦାସ, ତନ୍ମୟ ସ୍ୱାଇଁ, ବର୍ଷା ପ୍ରଧାନ, ସଂଗୀତା ସ୍ୱାଇଁ ଆଦି ପରିଚାଳନା କରିଥିବାବେଳେ ଭେଟେଶ୍ବର ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ତେରନମ୍ବର ଜୋନ୍ର ଜିଲ୍ଲା ପରିଷଦ ଅମରେନ୍ଦ୍ର ରଣସିଂହ, ଦୀପକ ନାୟକ, ଦୀପକ ପାଇକରାୟ, ତୁଷାର ପାତ୍ର ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଅନେକ କାର୍ଯ୍ୟକର୍ତ୍ତା ଏହି ରକ୍ତଦାନ ଶିବିରରେ ଅଂଶଗ୍ରହଣ କରିଥିଲେ। ପ୍ରବଳ ବର୍ଷା ହେବା ଯୋଗୁଁ ରକ୍ତସଂଗ୍ରହରେ ବାଧାପ୍ରାପ୍ତ ହୋଇଥିଲା।