କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠରେ ଥିବା ଜିଓ ସିନ୍ଥେଟିକ୍ ଟିୟୁବ ପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟିଛି ସୂଚନାନୁସାରେ, ରାଜନଗର ପେଣ୍ଠରେ ସମୁଦ୍ର କୂଳ ଲଙ୍ଘୁଥିବାରୁ ସେଠାରେ ୩୩ କୋଟି ଟଙ୍କା ବ୍ୟୟରେ ଜିଓଟିୟୁବ ପ୍ରକଳ୍ପ ନିର୍ମାଣ ହୋଇଥିଲା। ତେବେ ଏଥିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁ ଦେଖିବା ପରେ ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନାହିଁ।