ଇକ୍ବେଡରରେ ଏକ ବିମାନ ଦୁର୍ଘଟଣା ଘଟିଛି । ଏହି ବିମାନ ଦୁର୍ଘଟଣାରେ 4 ଜଣଙ୍କର ପ୍ରାଣହାନି ଘଟିଛି । ଇକ୍ବେଡରର ଆମାଜନ୍ ଅଞ୍ଚଳରେ ଏହି ବିମାନ ଦୁର୍ଘଟଣା ଘଟିଥିଲା । ସେସ୍ନା 182 ବିମାନଟି ଜଣେ ପାଇଲଟ୍ ଏବଂ ତିନି ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ବେଳେ ବିମାନଟି ଧ୍ବଂସ ପାଇ ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ । ଶନିବାର ଏହି ଦୁର୍ଘଟଣା ଘଟିଥିବା ବେଳେ ରବିବାର ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବିମାନଟି ମୋରୋନା ସାଣ୍ଟିଆଗୋରୁ ଜମୋରା ଅଭିମୁଖେ ଯାତ୍ରା କରିଥିଲା ।