ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ପରିସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରି ୩୩ ବର୍ଷୀୟ ଆଇଏଏସ୍ ଅଫିସର କନ୍ନନ ଗୋପୀନାଥ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ୨୧ ତାରିଖ ଦିନ ଦାଦରା ନଗର ହାବେଲିର ଏହି ଯୁବ ଆଇଏଏସ ଅଫିସର ତାଙ୍କ ଇସ୍ତଫା ପତ୍ର କେନ୍ଦ୍ର ନିକଟକୁ ପଠାଇ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରବାସୀ ମୌଳିକ ଅଧିକାରରୁ ବଞ୍ଚିତ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ଯାହା ଉପରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋପୀନାଥ କହିଛନ୍ତି ‘ଜମ୍ମୁ କଶ୍ମୀରରେ ୨୦ ଦିନ ହେଲା ଧାରା ୩୭୦ ଉଚ୍ଛେଦ ହୋଇଛି। ଏଯାଏ କିନ୍ତୁ ଲକ୍ଷ ଲକ୍ଷ ଜମ୍ମୁ କଶ୍ମୀରବାସୀ ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ । ଏହା ତାଙ୍କୁ ବିଶେଷ ଆଘାତ ଦେଇଛି । ଏଥିସହ ଜମ୍ମୁ କଶ୍ମୀରର ଜଣେ ଆଇଏଏସରୁ ରାଜନେତା ପାଲଟିଥିବା ଶାହ ଫେଜାଲଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଶ୍ରୀନଗର ଫେରାଇ ଦେବା ନିଷ୍ପତ୍ତିକୁ ମଧ୍ୟ ସେ ବିରୋଧ କରିଛନ୍ତି।