ଛୋଟପରଦାର ସବୁଠୁ କଣ୍ଟ୍ରୋଭର୍ସିଆଲ୍ ରିଅଲିଟି ଶୋ’ ବିଗବସ୍’ର ସିଜିନ୍ ୧୩ର ଟିଜର୍ ରିଲିଜ୍ ହୋଇଯାଇଛି । ଏହି ଟିଜରରେ ସଲମାନ୍ ଖାନ୍ ଷ୍ଟେସନ ମାଷ୍ଟର ଗେଟ୍ଅପ୍ରେ ନଜର ଆସୁଛନ୍ତି । ପୂର୍ବରୁ କଲର୍ସ ଚ୍ୟାନେଲ୍ ଏହି ଶୋ’ର ଏକ ଫଟୋ ସେୟାର୍ କରିଥିଲା । ଏବେ ଏହି ଶୋ’ର ଟିଜର୍ ସୋସିଆଲ୍ ମିଡ଼ିଆରେ ଦେଖିବାକୁ ମିଳିଛି । ଏହି ଟିଜର୍ରେ ସଲମାନ୍ ଏହି ସିଜିନ୍ର କିଛି ରାଜ୍ ବିଷୟରେ କହିଛନ୍ତି । ରିଲିଜ୍ ହୋଇଥିବା ଏହି ଟିଜର୍ରେ ସଲମାନ୍ ଖାନ୍ ଏକ ଚଳନ୍ତା ଟ୍ରେନ୍ରେ ବସିଥିବାର ନଜର ଆସିଛନ୍ତି । ଟ୍ରେନ୍ର ଗତି ସହ ଏହି ଶୋ’ ରେ ରହିଥିବା ଟୁଇଷ୍ଟ ସମ୍ପର୍କରେ କହୁଛନ୍ତି ସଲମାନ୍ । ଏହି ଭିଡିଓରେ ସଲମାନ୍ କହୁଛନ୍ତି ଯେ, ‘କୃପାୟା ଧ୍ୟାନ ଦିଅନ୍ତୁ ଚଳିଥର ବିଗବସ୍ର ଗାଡ଼ିରେ କେବଳ ତାରକା ସ୍ପେଶାଲ୍ ରହିବେ । ଚାରି ସପ୍ତାହରେ ଏହି ଗାଡ଼ି ଫାଇନା୍ଲରେ ପହଞ୍ଚିବ । କିନ୍ତୁ ଏହା ପରେ ବି ସେଲିବ୍ରିଟିମାନଙ୍କ ବିଶେଷ ଅନ୍ଦାଜ ଦେଖିବାକୁ ମିଳିବ । ଜଲ୍ଦି ଆସନ୍ତୁ, ନହେଲେ ପସ୍ତେଇବେ । କମ ସୁନ୍ ୟାର୍ ବୋଲି ସଲମାନ୍ କହୁଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ବିଗବସ୍ ସେପ୍ଟେମ୍ବର ୨୯ ତାରିଖରେ ଆରମ୍ଭ ହେବ । ଚଳିତ ସିଜିନ୍ରେ ଅଂଶଗ୍ରହଣ କରିଥିବା ସେଲିବ୍ରିଟିମାନଙ୍କ ଚୂଡ଼ାନ୍ତ ନାମ ସାମ୍ନାକୁ ଆସିନଥିବାବେଳେ ଚଙ୍କି ପାଣ୍ଡେ, ରାଜପାଲ୍ ଯାଦବ, କରନ୍ ପଟେଲ୍, ଶିବିନ୍ ନାରଙ୍ଗ, କରଣ ବୋହରା, ଟିନା ଦତ୍ତା, ଦେବଲୀନା, ଅଙ୍କିତା ଲୋଖେଣ୍ଡ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି । ସେହିପରି ଚଳିତ ଥର ବିଗବସ୍ ହାଉସ୍ ମୁମ୍ବାଇର ଫିଲ୍ମିସିଟିରେ ନିର୍ମାଣ କରାଯାଇଛି । ପୂର୍ବରୁ ଏହା ଲୋନାବାଲାରେ ଶୁଟିଂ ହେଉଥିଲା ।