Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଗ୍‌ବସ୍‌ ସିଜିନ୍‌ ୧୩ର ଟିଜର୍‌ ରିଲିଜ୍‌ : ସଲ୍ଲୁଙ୍କ ଷ୍ଟେସନ୍‌ ମାଷ୍ଟର ଗେଟ୍‌ ଅପ୍‌
ଆଜିର ଖବର

ବିଗ୍‌ବସ୍‌ ସିଜିନ୍‌ ୧୩ର ଟିଜର୍‌ ରିଲିଜ୍‌ : ସଲ୍ଲୁଙ୍କ ଷ୍ଟେସନ୍‌ ମାଷ୍ଟର ଗେଟ୍‌ ଅପ୍‌

August 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଛୋଟପରଦାର ସବୁଠୁ କଣ୍ଟ୍ରୋଭର୍ସିଆଲ୍‌ ରିଅଲିଟି ଶୋ’ ବିଗବସ୍‌’ର ସିଜିନ୍‌ ୧୩ର ଟିଜର୍‌ ରିଲିଜ୍‌ ହୋଇଯାଇଛି । ଏହି ଟିଜରରେ ସଲମାନ୍‌ ଖାନ୍‌ ଷ୍ଟେସନ ମାଷ୍ଟର ଗେଟ୍ଅପ୍‌ରେ ନଜର ଆସୁଛନ୍ତି । ପୂର୍ବରୁ କଲର୍ସ ଚ୍ୟାନେଲ୍‌ ଏହି ଶୋ’ର ଏକ ଫଟୋ ସେୟାର୍‌ କରିଥିଲା । ଏବେ ଏହି ଶୋ’ର ଟିଜର୍‌ ସୋସିଆଲ୍‌ ମିଡ଼ିଆରେ ଦେଖିବାକୁ ମିଳିଛି । ଏହି ଟିଜର୍‌ରେ ସଲମାନ୍‌ ଏହି ସିଜିନ୍‌ର କିଛି ରାଜ୍‌ ବିଷୟରେ କହିଛନ୍ତି । ରିଲିଜ୍‌ ହୋଇଥିବା ଏହି ଟିଜର୍‌ରେ ସଲମାନ୍‌ ଖାନ୍‌ ଏକ ଚଳନ୍ତା ଟ୍ରେନ୍‌ରେ ବସିଥିବାର ନଜର ଆସିଛନ୍ତି । ଟ୍ରେନ୍‌ର ଗତି ସହ ଏହି ଶୋ’ ରେ ରହିଥିବା ଟୁଇଷ୍ଟ ସମ୍ପର୍କରେ କହୁଛନ୍ତି ସଲମାନ୍‌ । ଏହି ଭିଡିଓରେ ସଲମାନ୍‌ କହୁଛନ୍ତି ଯେ, ‘କୃପାୟା ଧ୍ୟାନ ଦିଅନ୍ତୁ ଚଳିଥର ବିଗବସ୍‌ର ଗାଡ଼ିରେ କେବଳ ତାରକା ସ୍ପେଶାଲ୍‌ ରହିବେ । ଚାରି ସପ୍ତାହରେ ଏହି ଗାଡ଼ି ଫାଇନା୍‌ଲରେ ପହଞ୍ଚିବ । କିନ୍ତୁ ଏହା ପରେ ବି ସେଲିବ୍ରିଟିମାନଙ୍କ  ବିଶେଷ ଅନ୍ଦାଜ ଦେଖିବାକୁ ମିଳିବ । ଜଲ୍‌ଦି ଆସନ୍ତୁ, ନହେଲେ ପସ୍ତେଇବେ । କମ ସୁନ୍‌ ୟାର୍‌ ବୋଲି ସଲମାନ୍‌ କହୁଛନ୍ତି ।  ତେବେ ମିଳିଥିବା ସୂଚନା ଅନୁସାରେ ବିଗବସ୍‌ ସେପ୍ଟେମ୍ବର ୨୯ ତାରିଖରେ ଆରମ୍ଭ ହେବ । ଚଳିତ ସିଜିନ୍‌ରେ ଅଂଶଗ୍ରହଣ କରିଥିବା ସେଲିବ୍ରିଟିମାନଙ୍କ ଚୂଡ଼ାନ୍ତ ନାମ ସାମ୍ନାକୁ ଆସିନଥିବାବେଳେ ଚଙ୍କି ପାଣ୍ଡେ, ରାଜପାଲ୍‌ ଯାଦବ, କରନ୍‌ ପଟେଲ୍‌, ଶିବିନ୍‌ ନାରଙ୍ଗ, କରଣ ବୋହରା, ଟିନା ଦତ୍ତା, ଦେବଲୀନା, ଅଙ୍କିତା ଲୋଖେଣ୍ଡ ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ରହିଛି ।  ସେହିପରି ଚଳିତ ଥର ବିଗବସ୍‌ ହାଉସ୍‌ ମୁମ୍ବାଇର ଫିଲ୍ମିସିଟିରେ ନିର୍ମାଣ କରାଯାଇଛି । ପୂର୍ବରୁ ଏହା ଲୋନାବାଲାରେ ଶୁଟିଂ ହେଉଥିଲା ।

 

 

Share. Facebook Twitter LinkedIn Email WhatsApp Copy Link

Related Posts

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

March 6, 2026

ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର: ଚାରିଧାମ ଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହେଲା ପଞ୍ଜୀକରଣ

March 6, 2026

କ୍ରମାଗତ ଚତୁର୍ଥ ଦିନ ପାଇଁ ହ୍ରାସ ପାଇଲା ସୁନାର ମୂଲ୍ୟ: ଜାଣନ୍ତୁ ଆଜିର ଦର

March 6, 2026

ଭାରତ ପ୍ରତି ଦୟା ଦେଖାଇଲେ ଟ୍ରମ୍ପ!: ରୁଷୀୟ ତୈଳ କ୍ରୟ ସମ୍ପର୍କରେ କଲେ ଆଶ୍ଚର୍ଯ୍ୟଜନକ ଘୋଷଣା

March 6, 2026
Latest News

ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁର ଉପମୁଖ୍ୟମନ୍ତ୍ରୀ!: ବିହାର ସରକାରଙ୍କ ନୂତନ ରୂପରେଖା ପ୍ରକାଶ

March 6, 2026

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

March 6, 2026

ଅମିତ ଶାହଙ୍କୁ ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 6, 2026

ଦିଲ୍ଲୀରେ ରହି ବିହାରକୁ ‘ନିୟନ୍ତ୍ରଣ’ କରିବେ କି ନୀତିଶ କୁମାର?: ବିଜେପି ସମ୍ମୁଖରେ ରଖିଲେ ଏହି ବଡ ସର୍ତ୍ତ!

March 6, 2026

ଭୁବନେଶ୍ବରରେ ପହଞ୍ଚିଲେ ଗୃହ ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.