ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରୀନର ୨୦୦ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ପହଁଚିଛନ୍ତି । ସେଠାରେ ସେ ମନ୍ଦିରର ପୁନନିର୍ମାଣ ପରିଯୋଜନାର ଶୁଭାରମ୍ଭ କରି ପ୍ରାର୍ଥନା କରିଛନ୍ତି । ଏହି ପରିଯୋଜନାରେ ୪୨ ଲକ୍ଷ ଡଲାର ନିବେଶ କରାଯାଇଛି । ତେବେ ମୋଦି ବାହାରୀନ ଯାତ୍ରାରେ ଯାଇଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାହାରୀନର ବଲୀ ଅହଦ ସଲମାନ ବିନ ହମାଦ ବିନ ଇସା ଅଲ ଖଲିଫାଙ୍କ ସହ ସାକ୍ଷାତ କରିଥିଲେ । ଭାରତ ଏବଂ ବାହାରୀନେ ସମ୍ପର୍କ ସୁଦୃଢ କରିବା ପାଇଁ ଚର୍ଚ୍ଚା କରିଥିଲେ । ଦୁଇ ଦେଶର ନେତାଙ୍କ ମଧ୍ୟରେ ବ୍ୟାପାରିକ ଏବଂ ସାଂସ୍କୃତିକ ସମ୍ବନ୍ଧ ବିଷୟରେ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶନିବାର ଦିନ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଦ କିଙ୍ଗ ହମାଦ ଅର୍ଡର ଅଫ ଦ ରିନେସାନ୍ସ ସମ୍ମାନରେ ସମ୍ମାନିତ କରାଯାଇଥିଲା ।