ଏୟାର ଇଣ୍ଡିଆର ଘରୋଇକରଣ ପାଇଁ ସରକାରଙ୍କ ନିଷ୍ପତ୍ତି

Published: Aug 29, 2019, 6:35 pm IST

ଏୟାର ଇଣ୍ଡିଆର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ ସରକାର ବିମାନ ଚଳାଚଳ ବ୍ୟବସାୟ ଚଲାଇବାକୁ ଚାହୁଁନାହାନ୍ତି । ଏହି କାମ ଘରୋଇ କମ୍ପାନୀ କରିବା ଉଚିତ୍ । ଏୟାରଇଣ୍ଡିଆକୁ ପୂରା ଘରୋଇକରଣ କରାଯିବ ଏବଂ ସରକାର ଏହି ଦିଗରେ କାମ ଆରମ୍ଭ କରି ସାରିଛନ୍ତି । ଦୀର୍ଘ ଦିନ ହେବ ଏୟାର ଇଣ୍ଡିଆ ଗମ୍ଭୀର ଋଣ ସଙ୍କଟ ଦେଇ ଗତି କରୁଛି । ଗତ ଦିନରେ ବିଲ୍ ପୈଠ କରିନପାରିବାରୁ ସରକାରୀ ତୈଳ ବିପଣନକାରୀ କମ୍ପାନୀ ଏଚପିସିଏଲ, ବିପିସିଏଲ ଓ ଆଇଓସିଏଲ ତୈଳ ଯୋଗାଣ ଉପରେ ରୋକ୍ ଲଗାଇଥିଲେ। ହରଦୀପ ପୁରୀ କହିଛନ୍ତି ଯେ ଏୟାର ଇଣ୍ଡିଆର ବିନିବେଶ ଶୀଘ୍ର ହେବ। ଗୃହ ମନ୍ତ୍ରୀ ଅମିତ୍ ଶାହା ଏୟାର ଇଣ୍ଡିଆ ବିନିବେଶ କମିଟିର ଅଧ୍ୟକ୍ଷ ଅଛନ୍ତି ଏବଂ ଆଗାମୀ କିଛି ଦିନରେ ଏହା ଉପରେ ବୈଠକ ହେବ। ଉଲ୍ଲେଖଯୋଗ୍ୟ, ଆର୍ଥିକ ବର୍ଷ ପୂର୍ବ ଆର୍ଥିକ ବର୍ଷ ତୁଳନାରେ 2018-19ରେ ଏୟାର ଇଣ୍ଡିଆର ମୋଟ୍ ଋଣ 58351.93 କୋଟି ଟଙ୍କାରେ ପହଞ୍ଚିଛି ।

Related posts