ଦେଶର ଆର୍ଥିକ ସ୍ଥିତି ନେଇ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ଚିନ୍ତା ପ୍ରକଟ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ରବିବାର ଟୁଇଟ୍ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ବିମୁଦ୍ରୀକରଣ ଏବଂ ଜିଏସ୍ଟି ଯୋଗୁ ମୋଦି ଦେଶର ଅର୍ଥ ବ୍ୟବସ୍ଥାକୁ ସଙ୍କଟରେ ପକାଇଛନ୍ତି। ଗତ ୧୮ ମାସ ମଧ୍ୟରେ ଜିଡ଼ିପିରେ ସର୍ବାଧିକ ହ୍ରାସ ହୋଇ ୫ ପ୍ରତିଶତରେ ପହଞ୍ଚିଛି। ଦେଶର ଅଟୋମୋବାଇଲ୍ ସେକ୍ଟରରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୫୦ ହଜାର ଲୋକ ଚାକିରି ହରାଇଲେଣି। ଦେଶର ଗ୍ରାମାଞ୍ଚଳରେ ସ୍ଥିତି ଅଧିକ ଦୟନୀୟ ହୋଇଥିବା ମନମୋହନ ଅଭିଯୋଗ କରିଛନ୍ତି। ରାଜନୀତିର ଉର୍ଦ୍ଧ୍ବକୁ ଯାଇ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାକୁ ହେବ । ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ଭାରତ ପକ୍ଷେ ସବୁ ସୁବିଧା ରହିଛି । ମୋଦି ସରକାରଙ୍କ ପରିଚାଳନାରେ ତ୍ରୁଟି ଯୋଗୁଁ ମାନ୍ଦାବସ୍ଥା ସୁଧୁରୁନି ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ।