ଆଜି ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି ଚନ୍ଦ୍ରଯାନ-2 । ଭାରତର ଏହି ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଶନିବାର ରାତି 1.55 ମିନିଟ୍ ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଭାରତର ଏହି ଐତିହାସିକ ମୂହୁର୍ତ୍ତର ସିଧା ପ୍ରସାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଦେଖିବେ । ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପରେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଅଲଗା ହୋଇଯିବେ । ଏହି ଲ୍ୟାଣ୍ଡର ଏବଂ ରୋଭରର ଜୀବନ ଚକ୍ର 14 ଦିନ ଲେଖାଏଁ ରହିବ । ପୂର୍ବରୁ ସମସ୍ତ ରାଷ୍ଟ୍ର ଚନ୍ଦ୍ରର ଉତ୍ତର ମେରୁରେ ଅବତରଣ କରୁଥିବା ବେଳେ ପ୍ରଥମ ରାଷ୍ଟ୍ର ଭାବରେ ଭାରତ ଦକ୍ଷିଣ ମେରୁରେ ପାଦ ରଖିବାକୁ ଯାଉଛି । ଏହି ମିଶନରେ ଭାରତ ଚନ୍ଦ୍ରରେ ଜଳର ଉପସ୍ଥିତି ଏବଂ ଜୀବନ ସତ୍ତାର ସମ୍ଭବତା ଉପରେ ପରୀକ୍ଷଣ କରିବ । ଏହି ଯାନଟି ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ପୂର୍ବାନୂମାନ ଲଗାଯାଇଛି ମାତ୍ର ଏହାର କାର୍ଯ୍ୟ ଅବଧି ବଢିପାରେ ବୋଲି ଇସ୍ରୋ ଚେୟାରମ୍ୟାନ୍ କେ ଶିବନ୍ ପ୍ରକାଶ କରିଛନ୍ତି ।