ଆଜି ସମ୍ବଲପୁରରେ ଗୋଟିଏ ଏନ୍କାଉଣ୍ଟର ହୋଇଛି । ଏଥିରେ ତିନି ଜଣ ଅପରାଧି ଗୁରୁତର ହୋଇଛନ୍ତି । ସମ୍ବଲପୁର ଜିଲ୍ଲା କୁଲୁଥକାନି-ଧନକଉଡ଼ା ରାସ୍ତାରେ ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍ ଆହତ ହୋଇଛି । ତା’ର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତ୍ରିଦେବ ବାଗ୍ ଓ ତା’ର ସହଯୋଗୀମାନେ କୁଲୁଥକାନି-ଧନକଉଡ଼ା ରାସ୍ତାରେ ଡକାୟତି କରିବାକୁ ଏକାଠି ହୋଇଥିଲେ । ଏହାର ଗୁପ୍ତ ସୂଚନା ପାଇ ଭୋର ପ୍ରାୟ ସାଢେ ୫ଟା ବେଳେ ଧନୁପାଲ୍ଲୀ ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ଚଢ଼ଉ କରିଥିଲା । ଏହି ସେମାନେ ପୋଲିସ ଉପରକୁ ଗୁଳି କରି ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ । ଏହା ପରେ ପୋଲିସର ପାଲଟା ଗୁଳିରେ ତ୍ରିଦେବ ଗୁରୁତର ହୋଇପଡ଼ିଥିଲା । ଅନ୍ୟପକ୍ଷରେ ତ୍ରିଦେବର ଜଣେ ସହଯୋଗୀ ଦୀପକ ମଣ୍ଡଳକୁ ମଧ୍ୟ ଗିରଫ କରାଯାଇଛି । ଏହି ଗ୍ୟାଙ୍ଗରେ ଜଣେ ନାବାଳକ ଥିବା ଜଣାପଡ଼ିଛି । ପୋଲିସ ତାକୁ ଅଟକ ରଖିଛି । ଏହି ଏନ୍କାଉଣ୍ଟର ସମୟରେ ଜଣେ ପୁଲିସ୍ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି, ଟଙ୍କା ଓ ୩ଟି ସୁନା ଚେନ୍ ଜବତ କରାଯାଇଛି । ତ୍ରିଦେବ ନାଁରେ ସମ୍ୱଲପୁର ଜିଲ୍ଲାରେ ୮ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ରହିଛି । ଏଥିସହ ଦେବଗଡ଼ ଜିଲ୍ଲାରେ ମଧ୍ୟ ତା’ ନାଁରେ ଅପରାଧିକ ମାମଲା ରହିଛି ।