ରାଜ୍ୟରେ ଅପରାଧ ବଢି ବଢି ଚାଲିଛି । ଆଜି ସମ୍ବଲପୁରରେ ପୋଲିସ୍ ଏନକାଉଣ୍ଟର କରିଥିବାବେଳେ ପୁରୀଠାରେ ପୋଲିସ୍ ଡବଲ୍ ଏନକାଉଣ୍ଟର କରିଛି । ଏହି ଏନ୍କାଉଣ୍ଟର୍ରେ ଦୁର୍ଦ୍ଦାନ୍ତ ଅପରାଧି ବିଶୁ ଓ ଟିକି ଖାନ୍ ଆହତ ହୋଇଛନ୍ତି । ବାସେଳିସାହି ଅଂଚଳରେ ଟିକିକୁ ଏନ୍କାଉଣ୍ଟର କରାଯାଇଛି । ସେ ଜଣେ ବାଲି ମାଫିଆ ଅଟେ । ତା ନିକଟରୁ ପିସ୍ତଲ ଓ ଗୁଳି ଜବତ କରାଯାଇଛି । ଅନ୍ୟପକ୍ଷରେ ତାଳବଣିଆରେ ବିଶୁକୁ ଗୁଳି କରାଯାଇଛି । ବିଶୁ ବ୍ରାଉନସୁଗାର ଓ କୋରେକ୍ସ କାରବାରରେ ଲିପ୍ତ ଥିଲା । ତା’ ନିକଟରୁ ରିଭଲବର୍, ଗୁଳି ଓ ବାଇକ୍ ଜବତ କରାଯାଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।