ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଖୋର୍ଦ୍ଧା, କଟକ ଓ ବୌଦ୍ଧ ଜିଲ୍ଲାରେ ବନ୍ୟା ଆସିଛି । ଖୋର୍ଦ୍ଧାରେ ୫ଟି ପଞ୍ଚାୟତର ୨୦ଟି ଗାଁ ବନ୍ୟା ପାଣି ଘେରରେ ରହିଥିବାବେଳେ କଟକ ଓ ବୌଦ୍ଧରେ ଜଳସ୍ତର କମୁଥିବା ଦେଖାଯାଇଛି । ଖୋର୍ଦ୍ଧା ଜିଲ୍ଲା ରାଜୁଆ ନଦୀରେ ବନ୍ୟା ଆସିଛି । ଫଳରେ ଜିଲ୍ଲାର ୫ଟି ପଞ୍ଚାୟତ ଯଥା ଓରବରସିଂ, ମାନପୁର ଓ ନରଣଗଡ଼ର ୨୦ ଟି ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଲୋକମାନେ ବନ୍ୟା ଘେରରେ ରହିଛନ୍ତି । ଲୋକମାନେ କୌଣସି ସ୍ଥାନକୁ ଯିବା ଆସିବା କରିପାରୁ ନାହିଁ। ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏହା ସହିତ ଏକର ଏକର ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଛି ।