ରାଜ୍ୟରେ ଅବାଧ ନିଶା କାରବାର ଦିନକୁ ଦିନ ଏହାର କାୟା ବିସ୍ତାର କରିବାରେ ଲାଗିଛି । ମଙ୍ଗଳବାର କମିଶନରେଟ ପୋଲିସ୍କୁ ବଡ ସଫଳତା ମିଳିଛି । ପୋଲିସ ପକ୍ଷରୁ 25 ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରାଯିବା ସହିତ ଏହି ମାମଲାରେ ଜଣେ ଡିଲରଙ୍କୁ ଗିରଫ କରାଯାଇଛି । ଡିଲର ଜଣଙ୍କ ରାଜଧାନୀରେ ବିଭିନ୍ନ ଏଜେଣ୍ଟ ମାନଙ୍କୁ ଏହି ଧଳା ଜହର ପ୍ରଦାନ କରୁଥିଲେ । ଜବତ ବ୍ରାଉନସୁଗାରର ପରିମାଣ 250 ଗ୍ରାମରୁ ଅଧିକ ହେବ ବୋଲି ଜଣାପଡିଛି । ଜବତ ବ୍ରାଉନ ସୁଗାରର ଅନ୍ତର୍ଜାତୀୟ ମୂଲ୍ୟ 25 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।