ଜାପାନରେ ତାଣ୍ଡବ ମଚାଇଛି ଟାଇଫୁନ୍ ଫକ୍ସାଇ। ଏହି ଝଡ ଫଳରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଟୋକିଓର ନାରିଟା ବିମାନବନ୍ଦର। ମଙ୍ଗଳବାର ବିଳମ୍ବିତ ରାତିରେ ଫକ୍ସାଇ ନରାଟି ବିମାନବନ୍ଦରରେ ତାଣ୍ଡବ ମଚାଇଥିଲା। ଫକ୍ସାଇ ତାଣ୍ଡବ କାରଣରୁ ବିମାନ ବନ୍ଦରରେ ଅନ୍ୟୁନ ୧୭ ହଜାର ଯାତ୍ରୀ ଫସି ରହିଥିବା ଜଣାପଡିଛି। ବିମାନ ବନ୍ଦରର ୭୦ କିମି ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଜନଜୀବନ ବାଧାପ୍ରାପ୍ତ ହୋଇଥିଲା। ଏହି ସମୟରେ ବିମାନବନ୍ଦରରେ ୧୬୯୦୦ ଯାତ୍ରୀ ଉପସ୍ଥିତ ରହିଥିବା ନେଇ ବିମାନ ବନ୍ଦର ଅଧିକାରୀ କେଇ ମିୟାହାରା ସୂଚନା ଦେଇଛନ୍ତି। ଏହି ସମୟରେ ସମୁଦାୟ ୧୦୦ଟି ବିମାନର ଯାତ୍ରା ବାତିଲ କରାଯାଇଛି।