ଟ୍ରାଫିକ ନିୟମ ନେଇ ଲୋକମାନଙ୍କୁ ସଚେତନ କରିବାକୁ କମିଶନରେଟ ପୁଲିସ ଏବେ ଏକ ନୂଆ ଉପାୟ ଆପଣେଇଛି। ବିନା ହେଲମେଟ୍ରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଫାଇନ କାଟିବା ସହ ସେହି ଟଙ୍କାରେ ହେଲମେଟ୍ ଦିଆଯାଉଛି। ରାଜଧାନୀର କଳ୍ପନା ଛକରେ ଏଭଳି ନିଆରା ଉଦ୍ୟମ କରିଛି କମିଶନରେଟ୍ ପୁଲିସ। ଯେଉଁ ବାଇକ ଚାଳକ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି, ସେମାନଙ୍କଠାରୁ ୫୦୦ ଟଙ୍କା ଫାଇନ ନେବା ସହ ଏହା ବଦଳରେ ହେଲମେଟ ଦେଉଛି ପୁଲିସ। ଏହାଦ୍ୱାରା ବାଇକ ଚାଳକ ସଚେତନ ହେବା ସହ ହେଲମେଟ ପିନ୍ଧିବେ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି। ଟ୍ରାଫିକ୍ ଏସିପି ଓ ଆଇଆଇସି ଉପସ୍ଥିତ ରହି ଲୋକଙ୍କୁ ସଚେତନ କରିଛନ୍ତି। ଗାଡ଼ି ଚାଳକଙ୍କୁ ଚକଲେଟ ଓ ଲିଫଲେଟ ବଣ୍ଟନ କରିଛନ୍ତି ପୁଲିସ ଅଧିକାରୀ।