ଆପୋଲୋ ହସ୍ପିଟାଲ ଲାଇସେନ୍ସ ରଦ୍ଦ ପାଇଁ ଏନ୍ଏଚ୍ଆର୍ସିଙ୍କ ନିର୍ଦେଶ ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ । ଏହି ପ୍ରସଙ୍ଗରେ ମତ ରଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି ଏ ସମ୍ପର୍କିତ କୌଣସି ନିର୍ଦ୍ଦେଶ ମୋ ନିକଟକୁ ଆସିନାହିଁ । ଏହା ସମ୍ପର୍କରେ ପ୍ରଥମେ ଗଣମାଧ୍ୟମରୁ ଖବର ପାଇଥିଲି । ଏଗନ୍ଏଚ୍ଆରସି କର୍ତ୍ତୃପକ୍ଷଙ୍କ ନିକଟରୁ ନିର୍ଦ୍ଦେଶ ମିଳିବା ପରେ ଏହା ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।