ନୂଆ ମୋଟର ଯାନ ଆଇନରେ ଜରିମାନା ଆଦାୟକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଏହି ପ୍ରସଙ୍ଗରେ ମତାମତ ପ୍ରଦାନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆସନ୍ତା 3 ମାସ ପର୍ଯ୍ୟନ୍ତ ସରକାର ଏହି ନିୟମରେ କୋହଳ ମନୋବୃତ୍ତି ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦରକାରୀ କାଗଜପତ୍ର ପ୍ରସ୍ତୁତ କରିବା ନିମନ୍ତେ ବର୍ତ୍ତମାନ ତିନି ମାସର ଅତିରିକ୍ତ ସମୟ ପ୍ରଦାନ କରାଯାଇଛି । ଏହି ତିନି ମାସ ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ କାଉଣ୍ଟର ଖୋଲାଯାଇ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ । ଏପରିକି ଛୁଟି ଦିନରେ ମଧ୍ୟ ପରିବହନ କାର୍ଯ୍ୟାଳୟ ଏବଂ ଏହି ସମସ୍ତ ଅତିରିକ୍ତ କାଉଣ୍ଟର ଖୋଲା ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।