ଜଗତସିଂହପୁର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ପରେ ଆଜି ଆଉ ଏକ ଦୁଷ୍କର୍ମ ମାମଲାରେ କୋର୍ଟ କଡା ଦଣ୍ଡବିଧାନ କରିଛନ୍ତି । ବଡବିଲ ନାବାଳିକା ଦୁଷ୍କର୍ମ ମାମଲାରେ କୋର୍ଟ 6 ଅଭିଯୁକ୍ତଙ୍କୁ 20 ବର୍ଷ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ସମସ୍ତ ଅଭିଯୁକ୍ତଙ୍କୁ 50 ହଜାର ଲେଖାଏଁ ଜରିମାନା ପ୍ରଦାନ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପୋକ୍ସୋ ଆକ୍ଟ ଅନୁଯାୟୀ କେନ୍ଦୁଝର ଏଡିଜେ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି । 2105 ମସିହାରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ରାସ୍ତାରୁ ଉଠାଇ ନେଇ ବାଳିକା ଜଣଙ୍କୁ ଦୁଷ୍କର୍ମ କରିଥିଲେ ।