କଟକରେ ଆଜି ପୁଣି ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଛି । କଟକର ଚାଉଳିଆଗଞ୍ଜରେ ସଙ୍ଗଠିତ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ବୁଧିଆ ଆହତ ହୋଇଛି । ଗୋଡରେ ଗୁଳି ବାଜିଥିବା ବେଳେ କମିଶନରେଟ ପୋଲିସ୍ ବୁଧିଆ ଦାସକୁ ହସ୍ପିଟାଲରେ ଭର୍ତ୍ତି କରିଛି । ବୁଧିଆର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଏହି ଏନ୍କାଉଣ୍ଟର ସମୟରେ ଜଣେ ପୋଲିସ୍ କନେଷ୍ଟବଳ ମଧ୍ୟ ଆହତ ହୋଇଛି । ବୁଧିଆ ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଭାବରେ ପରିଚିତ ଏବଂ ତା ନାମରେ 30ରୁ ଅଧିକ ଅଭିଯୋଗ ରହିଥିବା ପୋଲିସ୍ ପ୍ରକାଶ କରିଛି । ଏହି ଏନ୍କାଉଣ୍ଟର ପରେ ପୋଲିସ୍ ବୁଧିଆ ନିକଟରୁ ଗୋଟିଏ ବନ୍ଧୁକ ଏବଂ 2ଟି ଗୁଳି ଜବତ କରିଛି ।