ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଗୃହବନ୍ଦୀ କରାଯାଇଛି । କେବଳ ନାଇଡୁ ନୁହନ୍ତି ତାଙ୍କ ପୁଅ ନାରା ରାହୁଲ୍ ଏବଂ ଅନ୍ୟାନ୍ୟ ଟିଡିପି ନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି । ଓ୍ବାଇଏସ୍ଆର କଂଗ୍ରେସ ବିପକ୍ଷରେ ଆନ୍ଦୋଳନ ପାଇଁ ନାଇଡୁ ସଜବାଜ ହେଉଥିବା ବେଳେ ଜଗନ ସରକାରଙ୍କ ପକ୍ଷରୁ ତାଙ୍କୁ ଗୃହବନ୍ଦୀ କରାଯାଇଛି । ଜଗନ ସରକାର 100 ଦିନ ପୂରଣ କରୁଥିବାରୁ ଟିଡିପି କର୍ମୀଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ବିରୋଧରେ ଏହି ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ ଚନ୍ଦ୍ରବାବୁ ନାଇଡୁ । ଏହାର ବିରୋଧ କରାଯାଇ ଏନ୍ ଚନ୍ଦ୍ରବାବୁ ନାଇଡୁ ,ନାରା ରହୁଲ ଏବଂ ନାଇଡୁଙ୍କ ବାସଭବନରେ ଉପସ୍ଥିତ ରହିଥିବା ବରିଷ୍ଠ ନେତା ଦବିନେନୀ ଅବିନାଶ, କେଶୀନେନି ନାନି ଏବଂ ଭୂମା ଅଖିଲପ୍ରିୟାଙ୍କୁ ଗୃହବନ୍ଦୀ କରାଯାଇଛି । ଆଜି ରାତି 8.00 ପର୍ଯ୍ୟନ୍ତ ନାଇଡୁ ଉପବାସ କରିବା ନେଇ ଘୋଷଣା କରିଥିଲେ ।