ମୁଦ୍ରା ଲୋନ୍ କରାଇବା ନାଁରେ ଏକ ଠକେଇ ସାମ୍ନାକୁ ଆସିଛି । କୋରାପୁଟର ଜୟପୁର ସହରରେ ଏହି ଘଟଣା ଘଟିଛି । ଜଣେ ମହିଳାଙ୍କୁ ମୁଦ୍ରା ଲୋନ୍ କରାଇ ଦେବା ନାଁରେ ଏହି ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ପୁରୁଣାଗଡ ଓ କୁମ୍ଭାର ସାହି ଅଞ୍ଚଳରେ ମୁଦ୍ରା ଲୋନ୍ କରାଇଦେବା ନାଁରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଅର୍ଥ ହରିଲୁଟ୍ କରିଥିବାର ଅଭିଯୋଗ ଆସିଛି । ଜନୈକା ମହିଳା ଠକେଇ ଅଭିଯୋଗ କରିଥିଲେ ମଧ୍ୟ ସମ୍ପୃକ୍ତ ସଂସ୍ଥା ଏକାଧିକ ବ୍ୟକ୍ତିବିଶେଷଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବାର ଅଭିଯୋଗ ହୋଇଛି ।