ମୁସ୍ଲିମ୍ ଗଣପର୍ବ ମହରମ୍ରେ ଇରାକ୍ର ଏକ ଦର୍ଘାରେ ଅଘଟଣ ଘଟିଛି । ଦର୍ଘାରେ ପ୍ରବଳ ଭିଡରୁ ଦଳାଚକଟା ହୋଇଥିଲା । ଏହି ଦଳାଚକଟାରେ 31 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 102 ଜଣ ଆହତ ହୋଇଛନ୍ତି । ଇରାକର କର୍ବଲା ସହରର ଇମାମ ହୁସେନ୍ ଦର୍ଘାରେ ଏହି ଅଘଟଣ ଘଟିଛି । ମଙ୍ଗଳବାର ସନ୍ଧ୍ୟାରେ ମହରମ୍ ଅବସରରେ ଏହି ଦର୍ଘାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଇରାକୀ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁସଂଖ୍ୟାରେ ବୃଦ୍ଧି ଘଟିପାରେ । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରାଯାଇନଥିବା ବେଳେ ଦର୍ଘା ପକ୍ଷରୁ 31 ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।