ସରକାରଙ୍କ ପକ୍ଷରୁ ସ୍କୁଲ ପିଲାଙ୍କ ବ୍ୟାଗ୍ର ଓଜନ ପରଖିବା ପାଇଁ ଗଠିତ ସ୍ବତନ୍ତ୍ର ସ୍କ୍ବାଡ ଆଜି ବିଭିନ୍ନ ସ୍କୁଲ୍ରେ ପିଲାଙ୍କ ବ୍ୟାଗର ଓଜନ ପରୀକ୍ଷା କରୁଛି । ରାଜଧାନୀ ଭୁବନେଶ୍ବରର ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନରେ ଏହି ଯାଞ୍ଚ ଯାରି ରହିଛି । ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ବ୍ୟାଗ ଯାଞ୍ଚ ପାଇଁ ଏହି ସ୍କ୍ବାଡ୍ ଗଠନ କରିଥିଲେ । ଗାଇଡଲାଇନ ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗ୍ର ଓଜନ 1.5 କେଜି ରଖାଯାଇଛି। ସେହିପରି ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 2-3କେଜି, ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ 4 କେଜି, ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କ ଲାଗି 4.5 କେଜି ଓ ଦଶମ ଶ୍ରେଣୀର ପିଲାମାନେ 5 କେଜି ଓଜନର ବ୍ୟାଗ୍ ପକାଇ ବିଦ୍ୟାଳୟକୁ ଯାଇପାରିବେ।