ଏମ୍ସରେ ଚିକିତ୍ସାଧୀନ ରହିଥିବା ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ବିଚାରପତି ଏମ୍ସରେ ଉପସ୍ଥିତ ରହି ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ । ବୁଧବାର ସକାଳୁ ସ୍ବତନ୍ତ୍ର ବିଚାରପତି ଧର୍ମେଶ ଶର୍ମା ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ । ସେପ୍ଟେମ୍ବର 7ରେ ସୁପ୍ରିମ୍କୋର୍ଟ ବିଚାରପତି ଜୟ ପ୍ରକାଶ ନାରାୟଣଙ୍କ ନିର୍ଦ୍ଦେଶରେ ଏମ୍ସ ପରିସରରେ ଏକ ଅସ୍ଥାୟୀ କୋର୍ଟ ପ୍ରତିଷ୍ଠା କରି ବୟାନ ରେକର୍ଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପୀଡିତାଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହେବା ପରେ ପୀଡିତାଙ୍କୁ ଲକ୍ଷ୍ନୌରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।