ପାକିସ୍ତାନରେ ନିତ୍ୟ ବ୍ୟବହାର୍ଯ୍ୟ ଏବେ ଆକାଶଛୁଆଁ । ଟମାଟୋ, ସୁନା ପରେ ଏବେ ସେଠାରେ କ୍ଷୀରର ଦାମ୍ ଆକାଶ ଛୁଇଁଛି। ସେଠାରେ ମହରମ ଅବସରରେ ପେଟ୍ରୋଲ ଠାରୁ ଅଧିକ ଦାମରେ କ୍ଷୀର ବିକ୍ରୀ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ କରାଚୀ ଏବଂ ସିନ୍ଧ ପ୍ରାନ୍ତରେ ଲୋକମାନେ କ୍ଷୀର ଲିଟର ପିଛା ୧୪୦ ଟଙ୍କା ଦେଇ କିଣିଛନ୍ତି। ସେଠାରେ ଏବେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କାରେ ମିଳୁଥିବା ବେଳେ କ୍ଷୀର ଲିଟର ଦାମ୍ ୧୪୦ ଟଙ୍କା ରହିଛି। ମହରମ କାରଣରୁ ସେଠାରେ କ୍ଷୀରର ଚାହିଦା ବଢିଥିଲା। ଫଳରେ ଏହାର ଦାମ୍ ଆକାଶ ଛୁଆଁ ହୋଇଥିଲା। ଟୋପାଏ କ୍ଷୀର ପାଇଁ ଏବେ ପାକିସ୍ତାନ ଯୁଝୁଛି। ପୂର୍ବରୁ ଏଠାରେ ଟମୋଟା କିଲୋ ୩୦୦ ଟଙ୍କା ରହିଥିଲା । ଗୋଟିଏ ପଟେ ପାକିସ୍ତାନ ଆତଙ୍କବାଦକୁ ନେଇ ବିଶ୍ବ ଦରବାରେ ନିନ୍ଦିତ ହେଉଥିବାବେଳେ ଆଉ ଗୋଟିଏ ପଟେ ଆର୍ଥିକ ସଂକଟ ଦେଇ ଗତି କରୁଛି ।