ତେଲୁଗୁ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନିଜର ଅପକମିଙ୍ଗ ଫିଲ୍ମ ନିଶବ୍ଦମ୍ର ପୋଷ୍ଟର ରିଲିଜ୍ କରାଇଛନ୍ତି । ବୁଧବାର ଫିଲ୍ମର ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅନୁଷ୍କା ସେଟ୍ଟୀ । ଏହି ଫିଲ୍ମରେ ଅନୁଷ୍କାଙ୍କୁ ଚରିତ୍ରର ନାମ ସାକ୍ଷୀ ରହିଥିବା ବେଳେ ସେ ଜଣେ ମୂକ ବଧିର କଳାକାରର ଚରିତ୍ରରେ ନଜର ଆସିଛନ୍ତି । ରିଲିଜ୍ ହୋଇଥିବା ପୋଷ୍ଟରରେ ଅନୁଷ୍କା ଏକ କାନ୍ଭାସ୍ରେ ଚିତ୍ର କରୁଥିବାର ନଜର ଆସିଛନ୍ତି । ଏହି ଫିଲ୍ମ ଜରିଆରେ ମାଧବନ୍ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପଦାର୍ପଣ କରୁଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶାଳିନୀ ପାଣ୍ଡେ, ଅଞ୍ଜଳି ଏବଂ ହଲିଉଡ୍ ଅଭିନେତା ମିଚେଲ ମ୍ୟାଡସେନ୍ ପ୍ରମୁଖ ଭୂମିକାରେ ନଜର ଆସିବେ ।