ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଆନ୍ତଃ ଧାର୍ମିକ ବିବାହ ଅର୍ଥାତ୍ ଅନ୍ୟ ଧର୍ମରେ ବିବାହର ଏକ ମାମଲାର ଶୁଣାଣି କରିଛନ୍ତି । ଜଣେ ହିନ୍ଦୁ ମହିଳା ଜଣେ ମୁସଲିମ ଯୁବକଙ୍କ ସହ ବିବାହ ସମ୍ବନ୍ଧୀୟ ଏହି ମାମଲାରେ ସୁପ୍ରିମ୍କୋର୍ଟ ଶୁଣାଣି କରି କହିଛନ୍ତି ଯେ, କୋର୍ଟ ଅନ୍ୟ ଧର୍ମରେ କିମ୍ବା ଅନ୍ୟ ଜାତିରେ ବିବାହ କରିଛନ୍ତି, ତାହା ବିରୋଧରେ ନାହାନ୍ତି, କିନ୍ତୁ ଯୁବତୀଙ୍କ ଭବିଷ୍ୟତ ନେଇ ଚିନ୍ତା ରହିଛି । ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଆମେ କେବଳ ଯୁବତୀଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ। ଆମେ ଆନ୍ତଃ-ଧର୍ମ କିମ୍ବା ଆନ୍ତଃ ଜାତି ବିବାହ ବିରୋଧରେ ନୁହଁ। କୋର୍ଟ କହିଛନ୍ତି ବ୍ୟକ୍ତିଙ୍କୁ ଜଣେ ବିଶ୍ଵାସଯୋଗ୍ୟ ସ୍ଵାମୀ ଏବଂ ମହାନ ପ୍ରେମୀ ହେବା ଉଚିତ୍। ତେବେ ମହିଳାଙ୍କ ପିତାଙ୍କ ତରଫରୁ ଓକିଲ ଜଣକ ଏହା ଯୁବତୀଙ୍କୁ ଫସାଇବାର ଏକ ଷଡ଼ଯନ୍ତ୍ର ବୋଲି କହି ଯୁକ୍ତି ବାଢିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ମୁସଲିମ ଯୁବକଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ନ୍ୟାୟାଳୟ କହିଛନ୍ତି ଆମେ ଚାହୁଁଛୁ ଯେ ଯୁବତୀଙ୍କ ଭବିଷ୍ୟତ ସୁନିଶ୍ଚିତ ହେବା ଉଚିତ୍।