ନିଷିଦ୍ଧ ଆତଙ୍କୀ ସଙ୍ଗଠନ ତେହରିକ୍ ଏ ତାଲିବାନ୍ ପାକିସ୍ତାନ(ଟିଟିପି)ର ମୁଖ୍ୟ ନୁର ଓ୍ବାଲି ମେସୁଦ୍କୁ ବିଶ୍ବ ଆତଙ୍କବାଦୀ ଭାବରେ ଘୋଷଣା କରିଛି ଆମେରିକା । ଆତଙ୍କୀ ଚିହ୍ନଟ ପାଇଁ ନୁଆ ନିୟମ ଲାଗୁ କରିବା ପରେ ଟ୍ରମ୍ପ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । 9/11 ବିଶ୍ବ ବାଣିଜ୍ୟ କେନ୍ଦ୍ର ଆକ୍ରମଣର 18 ତମ ବର୍ଷ ପୂର୍ତ୍ତି ଅବସରରେ ଆମେରିକା ଗୃହ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି । ମୁଲ୍ଳା ଫଜଲୁଲ୍ଲାର ଦେହାନ୍ତ ପରେ ଜୁନ୍ 2018ରେ ମେସୁଦ୍ ଟିଟିପିର ଦାୟିତ୍ବ ଗ୍ରହଣ କରିଥିଲା । ଭାରତ ପାଇଁ ଏହା ଏକ ବଡ ସଫଳତା କାରଣ ମିଳିତ ଜାତିସଂଘରେ ଭାରତ ପାକିସ୍ତାନକୁ ଆତଙ୍କବାଦକୁ ସମର୍ଥନ କରୁଥିବା ରାଷ୍ଟ୍ର ଭାବରେ ଘୋଷଣା କରିଥିଲା ।