ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ସମାଲୋଚନା କରିଛି ଶିରୋମଣୀ ଅକାଳୀ ଦଳ । ଦଳର ସାଂସଦ ହରସିମ୍ରତ୍ କୌର୍ ବାଦଲ୍ଙ୍କ ବିପକ୍ଷରେ ଅମରିନ୍ଦରଙ୍କ ମନ୍ତବ୍ୟକୁ ନେଇ ଦଳ ପକ୍ଷରୁ ତାଙ୍କୁ ସମାଲୋଚନା କରାଯାଇଛି । ଅମରିନ୍ଦର ବର୍ତ୍ତମାନ ମଧ୍ୟ ସାମନ୍ତବାଦୀ ଚିନ୍ତାଧାରାରେ ବିଶ୍ବାସ ରଖନ୍ତି ବୋଲି ଶିରୋମଣୀ ଅକାଳୀ ଦଳ ପକ୍ଷରୁ କୁହାଯାଇଛି । ଜଣେ ମହିଳାଙ୍କ ବିପକ୍ଷରେ ଏପରି କୁସ୍ଚିତ ମନ୍ତବ୍ୟ ଦେବା ଅମରିନ୍ଦରଙ୍କ ମାନସିକତା ସ୍ପଷ୍ଟ କରୁଛି ବୋଲି ଶିରୋମଣୀ ଅକାଳୀ ଦଳ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନର ପଞ୍ଜାବ ସରକାର ଅକାଳ ସାମ୍ରଜ୍ୟକୁ ଦୁର୍ବଳ କରିବାର ପ୍ରୟାସ କରୁଛି ବୋଲି ବାଦଲ ମତ ଦେବା ପରେ ଅମରିନ୍ଦର ତାଙ୍କୁ ସମାଲୋଚନା କରି ମୋ ଜୀବନକାଳ ମଧ୍ୟରେ ଦେଖିଥିବା ସବୁଠାରୁ କୁଚ୍ସିତ ମହିଳା ହେଉଛନ୍ତି ହରସିମ୍ରତ୍ । ଏହାପରେ ଅମରିନ୍ଦରଙ୍କ ମତକୁ ବିରୋଧ କରାଯାଇ ଶିରୋମଣିୀ ଅକାଳୀ ଦଳ ପକ୍ଷରୁ କ୍ଷମା ପ୍ରାର୍ଥନା ଦାବି କରାଯାଇଛି ।