ଦିଲ୍ଲୀରେ ଭାରତୀୟ ଜାତୀୟ କଂଗ୍ରେସର ଏଆଇସିସି ବୈଠକ ଚାଲିଥିବା ବେଳେ ରାଜ୍ୟ କଂଗ୍ରେସର ଗୃହ କନ୍ଦଳ ରାସ୍ତାରେ ପଡିଛି । ବର୍ତ୍ତମାନ ଦଳର ମୁଖିଆ ରହିଥିବା ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ପ୍ରେସ୍ମିଟ୍ କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନ ନିରଞ୍ଜନକୁ ଟାର୍ଗେଟ୍ କରି ଏହି ପ୍ରେସ୍ମିଟ୍ କରିଛନ୍ତି । ନିରଞ୍ଜନ କଂଗ୍ରେସ ଦଳକୁ ବିକି ଦେଇଛନ୍ତି ତେଣୁ ସେ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଓଡିଶାରେ ପୁରାଇ ଦିଆଯିବ ନାହିଁ ବୋଲି ଇତୀଶ କହିଛନ୍ତି । ଭାଇ ସୌମ୍ୟଙ୍କୁ ମଧ୍ୟସ୍ଥି କରି ନିରଞ୍ଜନ ଦଳକୁ ବିକି ଦେଇଛନ୍ତି ଏବଂ ପୁଅ ମାଧ୍ୟମରେ ବେପାର କରୁଛନ୍ତି ବୋଲି କହିବା ସହିତ ଏହାକୁ ସହ୍ୟ କରାଯିବ ନାହିଁ ବୋଲି ଇତୀଶ ପ୍ରକାଶ କରିଛନ୍ତି । ଏହି ଘଟଣା ଉପରେ ନିରଞ୍ଜନଙ୍କ ମତାମତ ମିଳିପାରି ନାହିଁ ।