ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇଛି । ଜମ୍ମୁ କାଶ୍ମୀରକୁ ଚାଲାଣ କରାଯାଉଥିବା ବେଳେ ଅମ୍ରିତ୍ସରରେ 6ଟି ଏକେ-47 ରାଇଫଲ୍ ଜବତ କରାଯାଇଛି । ଏକ ଟ୍ରକ୍ରେ ଏହି ହତିଆର ଚାଲାଣ କରାଯାଉଥିବା ବେଳେ ଏହାକୁ ଜବତ କରାଯିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ବିଳମ୍ବିତ ରାତ୍ରିରେ ଅମ୍ରିତସରରେ ଏହି ଜବତ କରାଯାଇଛି । ଟ୍ରକ୍ଟିର ନମ୍ବର ଜମ୍ମୁ କାଶ୍ମୀରରେ ପଞ୍ଜୀକୃତ ହୋଇଥିବା ବେଳେ ଟ୍ରକ୍ ମାଲିକ ସୁଶୀଲ ଲାଟୁ ଏବଂ ଡ୍ରାଇଭର୍ ଜାଭେଦ୍ ଦରଙ୍କୁ ଗିରଫ କରାଯାଇଛି । ଏକ ସପ୍ତାହ ମଧ୍ୟରେ ଦ୍ବିତୀୟ ଥର ପାଇଁ ହତିଆର ଚାଲାଣ ଉଦ୍ୟମ ପଣ୍ଡ କରାଯାଇଛି ।