ସମୀକ୍ଷା ବ୍ୟୁରୋ
ଖୁବ ଶିଘ୍ର ଭାରତର ପୂର୍ବତନ କ୍ୟାପେଟନ ମହେନ୍ଦ୍ର ସିଂ ଧ୍ବନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। ଏ ନେଇ ସେ ଅଳ୍ପ ଦିନ ମଧ୍ୟରେ ଘୋଷଣା କରିପାରନ୍ତି ବୋଲି ସୋସିଆଲ ମିଡିଆରେ ଏକ ଚର୍ଚ୍ଚା ଜୋରଦାର ଚାଲିଛି। ଏପରିକି ଧ୍ବନୀ ଆଜି ସଂଧ୍ୟାରେ ମଧ୍ୟ ଘୋଷଣା କରିପାରନ୍ତି ବୋଲି ସୋସିଆଲ ମିଡିଆରେ ପ୍ରଚାର ଚାଲିଛି। ତେବେ ଧ୍ବନୀଙ୍କ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଏପରିକି କ୍ୟାପେଟନ ବିରାଟ କୋହେଲି ତାଙ୍କ ଟିୟୁଟରରେ ଏ କଥା ସଂପୂର୍ଣ୍ଣ ମିଛ ଓ ଗୁଜବ ବୋଲି ଅବଗତ କରାଇଛନ୍ତି।ଏ ଖବର ନେଇ ଧ୍ବନୀଙ୍କ ଫ୍ୟାନଙ୍କ ମହଲରେ ମଧ୍ୟ ଏକ ପ୍ରକାରର ନୈରାଶ୍ୟ ଖେଳିଯାଇଛି। ଗୁଜବ ହେଲେ ମଧ୍ୟ ଅନେକ ଏହି ଖବରଟିକୁ ବେଶ୍ ଗୁରୁତ୍ବ ଭାବେ ଗ୍ରହଣ କରିଛନ୍ତି। ହେଲେ କ୍ରିକେଟ ସମୀକ୍ଷକଙ୍କ ମତରେ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପାଇଁ ଧ୍ବନୀଙ୍କ ଆବଶ୍ୟକତା ରହିଛି। ସେଥିପାଇଁ ସେ କେବେ ଏପରି ଘୋଷଣା କରିବେ ନାହିଁ ବୋଲି ମତ ପ୍ରକାଶ ପାଇଛି।