ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆସନ୍ତା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତ ପକ୍ଷରୁ କେ ଏଲ୍ ରାହୁଲଙ୍କୁ ବାଦ ଦିଆଯାଇଥିବା ବେଳେ ଶୁଭମାନ ଗିଲ୍ଙ୍କୁ ପୁନର୍ବାର ଦଳକୁ ଡାକରା ମିଳିଛି । ନିଜର ଶେଷ 30 ଟେଷ୍ଟ ଇନିଂସରୁ ରାହୁଲ ମାତ୍ର 644 ରନ୍ ସଂଗ୍ରହ କରିଥିବା ବେଳେ ଶେଷ ଚାରି ଇନିଂସରେ 44, 38, 13 ଏବଂ 6 ରନ୍ ସଂଗ୍ରହ କରିଥିଲେ । କେବଳ ଓଭାଲରେ 149କୁ ଛାଡିଲେ ରାହୁଲ ଅର୍ଦ୍ଧଶତକ ମଧ୍ୟ ହାସଲ କରିନାହାନ୍ତି । ଅପରପକ୍ଷରେ ଗିଲ୍ ନିୟମିତ ଭାବରେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ଦଳରେ ସ୍ଥାନ ହାସଲ କରିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରୀକ୍ଷାମୂଳକ ଭାବରେ ଓପ୍ନର ଭାବରେ ଖେଳାଯିବ ବୋଲି ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଚେତେଶ୍ବର ପୂଜାରା, ମହମ୍ମଦ ଶାମି ନିଜ ସ୍ଥାନ ବଜାୟ ରଖିଛନ୍ତି ।
ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ(ଓ୍ବିକେଟ ରକ୍ଷକ), ଆର ଅଶ୍ବିନ୍, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ୍ ବୁମ୍ରା, ଇଶାନ୍ତ ଶର୍ମା, ଏବଂ ଶୁଭମାନ ଗିଲ୍ ।