ମଧ୍ୟପ୍ରଦେଶର ଭୋପାଳରେ ଗଣେଶ ବିସର୍ଜନ ସମୟରେ ଏକ ଡଙ୍ଗାବୁଡି ଘଟଣାରେ 11 ଜଣଙ୍କର ମୃତ୍ୟୁ ଘଟିଛି । ମାତ୍ରାଧିକ ଓଜନ କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାଟି ଓଲଟିବା କାରଣରୁ 11 ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ମଧ୍ୟପ୍ରଦେଶର ମନ୍ତ୍ରୀ ପିସି ଶର୍ମା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟ ପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପାଇଁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଭୋପାଳର ଖତଲାପୁରା ଘାଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ସ୍ଥଳରୁ 11ଟି ମୃତଦେହ ଉଦ୍ଧାର କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇବାର ସମ୍ଭାବନା ଦେଖା ଦେଇଛି ।