ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ପୋଲିସ୍ ପକ୍ଷରୁ 7 ଘଣ୍ଟା ଜେରା କରାଯାଇଛି । ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ପୋଲିସ୍ ପକ୍ଷରୁ ଚିନ୍ମୟାନନ୍ଦଙ୍କୁ ଜେରା କରାଯାଇଛି । ଗୁରୁବାର ସନ୍ଧ୍ୟା 6.20ରେ ପୋଲିସ୍ ପକ୍ଷରୁ ଆରମ୍ଭ କରାଯାଇଥିବା ଜେରା 7 ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗଠନ କରାଯାଇଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ ପକ୍ଷରୁ ଏହି ଜେରା କରାଯାଇଥିଲା । 73 ବର୍ଷୀୟ ଚିନ୍ମୟାନନ୍ଦ ଉତ୍ତରପ୍ରଦେଶରେ ବିଭିନ୍ନ ଆଶ୍ରମ ଚଳାଇଥାନ୍ତି ଏବଂ ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର ମନ୍ତ୍ରୀ ରହିଥିଲେ । ଜଣେ କଲେଜ ଛାତ୍ରୀ ଚିନ୍ମୟାନନ୍ଦ ତାଙ୍କୁ ବ୍ଲାକ୍ମେଲ୍ ଏବଂ ବଳାତ୍କାର କରିଛନ୍ତି ବୋଲି ଅଭିଯୋଗ ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା । ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ କଲେଜରେ ଆଇନ ବିଭାଗରେ ଅଧ୍ୟୟନ କରନ୍ତି ।