ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡିଡିସିଏର ପୂର୍ବତନ ସଭାପତି ଅରୁଣ ଜେଟ୍ଲୀଙ୍କ ନାମରେ ନାମିତ କରାଯାଇଛି । ଏହା ସହିତ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମରେ ଏକ ଷ୍ଟାଣ୍ଡ ନାମିତ କରାଯାଇଛି । ଡିଡିସିଏର ସଭାପତି ଭାବରେ ଜେଟ୍ଲୀ 1999ରୁ 2013 ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରୋ ଭାରୋତ୍ତୋଳନ ଅଡିଟୋରିୟମ୍କୁ ଜଓ୍ବାହାରଲାଲ ନେହେରୁଙ୍କ ନାମରେ ନାମିତ କରାଯାଇଛି । ମାତ୍ର କ୍ରିକେଟ ଗ୍ରାଉଣ୍ଡର ନାମ ଫିରୋଜ ଶାହ କୋଟଲା ରଖାଯିବ ବୋଲି ଡିଡିସିଏ ୁସଭାପତି ରଜତ ଶର୍ମା ସୂଚନା ଦେଇଛନ୍ତି ।