ଛାତ୍ର ମୃତ୍ୟୁ ପରେ ଟୀକାକରଣ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ସିଡିଏମ୍ଓ । ରାଉରକେଲାର ଜନୈକ ଯୁବକ ଟୀକା ନେବା ପରେ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଏହି ଘଟଣାର ତଦନ୍ତ ନିମନ୍ତେ ଏକ ଛ ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଡିଏମ୍ଓ । ଶୁକ୍ରବାର ଠାରୁ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସ୍କୁଲରେ ଟୀକାକରଣ ବନ୍ଦ ରଖିବାକୁ ସିଡିଏମ୍ଓ ନିର୍ଦ୍ଦେଶ ଦେଇଛନ୍ତି । ଏହି ଛଜଣିଆ ଦଳ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ଏ ସଙ୍କ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡିଛି । ଏହା ସହିତ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଗୋଟିଏ ତଦନ୍ତ କମମିଟି ଗଠନ କରାଯିବାର ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ରାଉରକେଲାର ସେକ୍ଟର-6 ସ୍ଥିତ ଏକ ବିଦ୍ୟାଳୟରେ ଟୀକାକରଣରେ ଅସୁସ୍ଥ ହୋଇ ଜଣେ ପିଲାର ବୁଧବାର ମୃତ୍ୟୁ ଘଟିଥିଲା ।