ବିଧାନସଭାର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଆଜିଠାରୁ ଦୁଇ ଦିନ ଧରି ରାଜ୍ୟର ସମସ୍ତ ବିଧାୟକ ଓ ବିଧାୟିକାମାନେ ତାଲିମ ନେବେ । ବିଧାନସଭାରେ କିପରି ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ଦାବି ଉପସ୍ଥାପନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ଆଜି ଓଡ଼ିଶା ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ବିଧାୟକଙ୍କୁ ଶାଳୀନତା ସମ୍ବନ୍ଧରେ ଉଦ୍ବୋଧନ ଦେଇଛନ୍ତି । ସମସ୍ତେ ସରଳ ଜୀବନ ଯାପନ କରିବା ଆବଶ୍ୟକ । ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବାକୁ ସମସ୍ତେ ପ୍ରୟାସ କରନ୍ତୁ । ଲୋକଙ୍କୁ ଆଖି ଆଗରେ ରଖି ସେମାନଙ୍କ ଉନ୍ନତି କରିବା ଶିଖନ୍ତୁ । ଗଣତନ୍ତ୍ରର ସଫଳତା ଲୋକଙ୍କ ଉପରେ ନିର୍ଭର କରେ ବୋଲି ନବୀନ କହିଛନ୍ତି । ସାଧାରଣ ଜନତା ହେଉଛନ୍ତି ଗଣତନ୍ତ୍ରର ପ୍ରଭୁ । ତେଣୁ ଯେଉଁ ପଦବୀରେ ରହିଥିଲେ ମଧ୍ୟ ସେମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିବା ଉଚିତ୍ ବୋଲି ନବୀନ ବିଧାୟକଙ୍କୁ ପରାମର୍ଶ ଦେଇଥିଲେ ।