ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପୁଣି ଥରେ ଅଡ୍ ଇଭିନ୍ ଫର୍ମୁଲାକୁ ଆପଣାଇଛନ୍ତି । ଦିଲ୍ଲୀରେ ଚଳିତ ବର୍ଷ ପୁଣି ଥରେ ଯାନବାହନଙ୍କ ପାଇଁ ଅଡ୍ ଇଭିନ୍ ଫର୍ମୁଲାକୁ ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲା ଏହା ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅଡ୍ – ଇଭିନ୍ ଫର୍ମୁଲା ଲାଗୁ କରାଯିବ । ଏହି ଫର୍ମୁଲା ୧୨ ଦିନ ପାଇଁ ଜାରି କରାଯିବା । ଏହା ଆଧାରରେ ୬ ଦିନ ଇଭିନ (ଯୁଗ୍ମ) ନମ୍ବର ଥିବା ଗାଡ଼ି ଚଳାଚଳା କରିବା ଓ ଶେଷ ୬ ଦିନ ଅଡ୍ (ଅଯୁଗ୍ମ) ନମ୍ବର ଥିବା ଗାଡ଼ି ଚଳାଚଳ ପାଇଁ ପ୍ରତିବନ୍ଧକ ରହିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲା କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଦୀପାବଳି ସମୟରେ ଦିଲ୍ଳୀରେ ପ୍ରଦୂଷଣ ମାତ୍ରା ସର୍ବୋଚ୍ଚ ସ୍ତରରେ ବଢିଯାଉଛି । ଦିଲ୍ଲୀବାସୀଙ୍କ ଅପିଲ୍ ତଥା ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦିଲ୍ଲୀରେ ବାଣ ନ ଫୁଟାଇବା ପାଇଁ ଅନୁରୋଧ କରାଯାଇଛି । ଏହା ସହିତ ଅକ୍ଟୋବର ମାସରେ ଦିଲ୍ଲୀବାସୀଙ୍କୁ ସରକାରଙ୍କ ତରଫରୁ ମୁଖା ବା ମାସ୍କ ବଣ୍ଟାଯିବ ।