ଆସନ୍ତା ୨୭ ଓ ୨୮ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ୨୭ ତାରିଖ ସନ୍ଧ୍ୟା ୬ଟା୧୦ରେ ଭୁବନେଶ୍ବରରେ ପହଞ୍ଚିବେ । ୨୮ ତାରିଖରେ ଗୋପାଳପୁର ଯିବେ ରାମନାଥ କୋବିଦ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଭୁବନେଶ୍ବର ଡିଜି କ୍ୟାମ୍ପ ଅଫିସରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏଡିଜି ଆଇନ ଶୃଙ୍ଖଳା, ଗୁଇନ୍ଦା ନିର୍ଦ୍ଦେଶକ, ଡିଆଇଜି ସତ୍ୟବ୍ରତ ଭୋଇ, ପୋଲିସ୍ କମିଶନର, ଭୁବନେଶ୍ବର ଡିସିପି ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।