ଶୁକ୍ରବାର 13 ସେପ୍ଟେମ୍ବରରେ ଭୂତ୍ ପାର୍ଟ ଓ୍ବାନ୍ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଏହି ପୋଷ୍ଟରରେ ଦୁଷ୍ଟ ଶକ୍ତି ବଶରେ ରହିଥିବା ଭିକି ପାଣି ମଧ୍ୟରେ ବୁଡିଯାଉଥିବାର ନଜର ଆସିଛନ୍ତି । କରଣ ଜୋହର ଏବଂ ଜୀ ସିନେମା ଫିଲ୍ମର ପ୍ରଯୋଯନା କରିଥିବା ବେଳେ କରଣ ସୋସିଆଲ ମିଡିଆରେ ଏହାର ପ୍ରଥମ ପୋଷ୍ଟର ରିଲିଜ୍ କରାଇଛନ୍ତି । ଏହା ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ନଭେମ୍ବର 15ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ଭିକିଙ୍କ ବ୍ୟତୀତ ଭୂମି ପେଡନେକର ଏବଂ ଆଶୁତୋଷ ରାଣା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଡେବ୍ୟୁଟାଣ୍ଟ ଭାନୁପ୍ରତାପ ସିଂ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।