Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ ଥାନା ଜୟଶ୍ରୀ କେମିକାଲ ଛକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ କୋକୋ ଗୁରୁତର
ଆଜିର ଖବର

ଗଞ୍ଜାମ ଥାନା ଜୟଶ୍ରୀ କେମିକାଲ ଛକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଓରଫ କୋକୋ ଗୁରୁତର

September 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗଞ୍ଜାମ ଜିଲ୍ଲା ଜୟଶ୍ରୀ କେମିକାଲ ରାସ୍ତାରେ ପୁଲିସ୍‌ ଏନକାଉଣ୍ଟରେ ଅପରାଧୀ ସୁଶାନ୍ତ ବେହେରା ଓରଫ୍‌ କୋକୋ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। କୋକୋର ଘର ବ୍ରହ୍ମପୁରର ଗୋଷାଣୀନୂଆଗାଁ ଅଞ୍ଚଳରେ।  ପୁଲିସ୍‌ ତା’ଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଗୁଳି ଓ ଗୋଟିଏ ବାଇକ୍ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜୟଶ୍ରୀ କେମିକାଲ ରାସ୍ତାରେ କୋକୋ ଓ ତାର ସହଯୋଗୀ ଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳୁ ପୁଲିସ୍‌ ସେହି ଅଞ୍ଚଳରେ ଚଢ଼ଉ କରି ତାକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ କୋକୋ ପୁଲିସ୍‌ ଉପରକୁ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ୍ ମଧ୍ୟ ତା ଉପରକୁ ଗୁଳି ଚଳାଇଥିଲା। କୋକୋ ବାମ ଗୋଡ଼ରେ ଗୁଳି ବାଜିଥିଲା। ହେଲେ ଘଟଣାସ୍ଥଳରୁ ତାର ସହଯୋଗୀମାନେ ଖସି ପଳାଇଥିଲେ। କୋକୋ ନାଁରେ  ୭ଟି ମାମଲା ରହିଛି । ସେଥିମଧ୍ୟରେ ଡକାୟତି ଓ ହତ୍ୟା ମାମଲା ମଧ୍ୟ ରହିଛି। ଏନକାଉଣ୍ଟର ସମୟରେ ଦୁଇ କନଷ୍ଟେବଳ ଆହତ ହୋଇଥିବା ଜଣାପଡ଼ିଛି।

Share. Facebook Twitter LinkedIn Email WhatsApp Copy Link

Related Posts

BCCI ବିରୋଧରେ ବିଷ ଓଗାଳିଲେ ପୂର୍ବତନ PCB ମୁଖ୍ୟ: ICCକୁ କହିଲେ, “ଭାରତୀୟ କ୍ରିକେଟ ପରିଷଦ”

January 25, 2026

ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଶୋକ

January 25, 2026

ସବୁଦିନିଆ ରେଳ ସଂଯୋଗରେ କଶ୍ମୀର ଘାଟିକୁ କମ ଖର୍ଚ୍ଚରେ ଭରସାଯୋଗ୍ୟ ଖାଦ୍ୟସଶ୍ୟ ଯୋଗାଣ

January 25, 2026

“ସମ୍ବିଧାନକୁ ପବିତ୍ର ବୋଲି ମାନିଛନ୍ତି ପ୍ରଧାନମନ୍ତ୍ରୀ’: କଂଗ୍ରେସ ପ୍ରତି ଅସନ୍ତୋଷ ଚର୍ଚ୍ଚା ମଧ୍ୟରେ କହିଲେ ଶଶି ଥରୁର

January 25, 2026
Latest News

BCCI ବିରୋଧରେ ବିଷ ଓଗାଳିଲେ ପୂର୍ବତନ PCB ମୁଖ୍ୟ: ICCକୁ କହିଲେ, “ଭାରତୀୟ କ୍ରିକେଟ ପରିଷଦ”

January 25, 2026

ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଶୋକ

January 25, 2026

ଚାଲିଗଲେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, 54 ବର୍ଷ ବୟସରେ ପରଲୋକ

January 25, 2026

ସବୁଦିନିଆ ରେଳ ସଂଯୋଗରେ କଶ୍ମୀର ଘାଟିକୁ କମ ଖର୍ଚ୍ଚରେ ଭରସାଯୋଗ୍ୟ ଖାଦ୍ୟସଶ୍ୟ ଯୋଗାଣ

January 25, 2026

“ସମ୍ବିଧାନକୁ ପବିତ୍ର ବୋଲି ମାନିଛନ୍ତି ପ୍ରଧାନମନ୍ତ୍ରୀ’: କଂଗ୍ରେସ ପ୍ରତି ଅସନ୍ତୋଷ ଚର୍ଚ୍ଚା ମଧ୍ୟରେ କହିଲେ ଶଶି ଥରୁର

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.