ମାଲକାନଗିରି ସୀମାନ୍ତରେ ଯବାନଙ୍କ ଏନକାଉଣ୍ଟର ହୋଇଛି । ଏଥିରେ ୨ ମାଓବାଦୀ ନିହତ ହୋଇଥିବାର ସୂଚନା ରହିଛି । ଛତିଶଗଡ଼ ଦାନ୍ତେଓ୍ବାଡା ଜିଲ୍ଲା କୁଟ୍ରିମ୍ ଗାଁ ଜଙ୍ଗଲରେ ଏହି ଏନ୍କାଉଣ୍ଟର ହୋଇଛି । ଆଜି ଦାନ୍ତେୱାଡା କୁଟ୍ରିମା ଅଂଚଳରେ ଥିବା ଜଙ୍ଗଲରେ ନକ୍ସଲ ଲୁଚିଥିବା ଖବର ପାଇ ପୋଲିସ ଓ ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ ଚଳାଇଥିଲେ । ସେଠାରେ ଆତ୍ମଗୋପନ କରିଥିବା କିଛି ନକ୍ସଲ ପୋଲିସକୁ ଦେଖି ଗୁଳି ଚାଳନା କରିଥିଲେ । ପୋଲିସ ଓ ଯବାନମାନେ ତୁରନ୍ତ ପୋଜିସନ ନେଇ ନକ୍ସଲଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଏଥିରେ ଲାଲ୍ ବାହିନୀ ଛତ୍ରଭଙ୍ଗ ଦେଇଥିଲା । ତେବେ ପୋଲିସ ଗୁଳିରେ ୨ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି । ଏହାସହ ସେଠାରୁ ୩ଟି ବନ୍ଧୁକ, ଗୁଳିଗୋଳା ଓ ବୋମା ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ଏବେ ମଧ୍ୟ ସେଠାରେ କମ୍ବିଂ ଅପରେସନ ଜାରି ରହିଛି ।