ପାକିସ୍ତାନ ସେନାକୁ ଜୋରଦାର ଝଟକା ଲାଗିଛି । ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିବାର କଡା ଜବାବ ଦେଇଛି ଭାରତୀୟ ସେନା। ଏଥିରେ ୨ଜଣ ପାକ୍ ବର୍ଡର ଆକ୍ସନ ଟିମର ବା ବାଟ୍ ଯବାନ ନିପାତ ହୋଇଛନ୍ତି । ସୂଚାନନୁସାରେ, ଜମ୍ମୁ-କାଶ୍ମୀରର ହଜିପୁର ସେକ୍ଟରରେ ପାକିସ୍ତାନ ସେନା ବାରମ୍ବାର ଅସ୍ତ୍ରବିରତିର ଖୁଲମଖୁଲା ଉଲଙ୍ଘନ କରୁଥିଲା। ଭାରତୀୟ ସେନା ମଧ୍ୟ ଏହାର ଜବାବ ଦେଇଥିଲା । ଏଥିରେ ୨ ଜଣ ପାକ୍ ବାଟ୍ ଯବାନ ନିହତ ହୋଇଥିଲେ । ଏନେଇ ସେନା ଏକ ଭିଡିଓ ଜାରି କରିଛି । ଯେଉଁଥିରେ ପାକ୍ ସେନାର କିଛି ଅଫିସର ନିହତ ଧଳା ପତାକା ଧରି ସେମାନଙ୍କ ଯବାନଙ୍କ ମୃତଦେହ ନେବାକୁ ଆସୁଛନ୍ତି ।