ଆସନ୍ତା ଅକ୍ଟୋବର ଦୁଇ ତାରିଖ ଅର୍ଥାତ୍ ଗାନ୍ଧି ଜୟନ୍ତୀଠାରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିପୂର୍ବରୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ପୂର୍ବରୁ ଭିଡିଓ କନ୍ଫେରନ୍ସି ଜରିଆରେ ୬୩୫ ଥାନା ଆଇଆଇସିଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପଚାରି ବୁଝିବା ସହିତ ଭଲ କାମ କଲେ ସମୟ ସୀମା ପୂର୍ବରୁ ପଦୋନ୍ନତି ମିଳିବ ବୋଲି ସୂଚନା ଦେଇଛନ୍ତି ।