ସଂସଦର ବିଭିନ୍ନ କମିଟିରେ ଓଡ଼ିଆ ସ୍ଥାନ ପାଇଛନ୍ତି । ଫାଇନାନ୍ସ କମିଟିରେ ପିନାକୀ ମିଶ୍ର ଓ ଅମର ପଟ୍ଟନାୟକ ସ୍ଥାନ ପାଇଥିବା ବେଳେ ବାଣିଜ୍ୟ କମିଟିରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ସ୍ଥାନ ପାଇଛନ୍ତି । ପ୍ରତିରକ୍ଷା କମିଟିରେ ନୀତିଶ ଗଙ୍ଗଦେବ, ରାଜଶ୍ରୀ ମଲ୍ଲିକ ସ୍ଥାନ ପାଇଛନ୍ତି । ସେହିପରି ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି କମିଟିରେ ରମେଶ ମାଝି, ପ୍ରସନ୍ନ ଆଚାର୍ଯ୍ୟ, ବୈଦେଶିକ ବ୍ୟାପାର କମିଟିରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ମାନବ ସମ୍ବଳ ବିକାଶ କମିଟିରେ ଚନ୍ଦ୍ରାଣୀ ମୁର୍ମୁ, ସସ୍ମିତ ପାତ୍ର ଓ ଓ ଗୃହ ବିଭାଗ କମିଟିରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଏବଂ ସାର ଓ ରସାୟନ କମିଟିରେ ବିଶେଶ୍ୱର ଟୁଡ଼ୁ, ରଞ୍ଜୀବ ବିଶ୍ୱଳ ସ୍ଥାନ ପାଇଛନ୍ତି । ଏହା ସହ ଆଇନ ଓ ନ୍ୟାୟ, ସାଧାରଣ ଅଭିଯୋଗ କମିଟିରେ ସୁରେଶ ପୂଜାରୀଙ୍କୁ ସ୍ଥାନ ମିଳିଛି। ସେହିପରି ଖାଦ୍ୟ ଓ ସାଧାରଣ ବଣ୍ଟନ କମିଟିରେ ପ୍ରମିଳା ବିଷୋୟୀ, ସପ୍ତଗିରି ଉଲକା ସ୍ଥାନ ପାଇଥିବା ବେଳେ ରେଲୱେ କମିଟିରେ ଅନୁଭବ ମହାନ୍ତି ଓ ସଙ୍ଗୀତା କୁମାରୀ ସିଂହଦେବ ସ୍ଥାନ ପାଇଛନ୍ତି । ଏହା ସହ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କମିଟିରେ ଚନ୍ଦ୍ରଶେଖର ସାହୁ, ସଂସଦୀୟ ଶ୍ରମ ଓ ନିୟୋଜନ କମିଟି ଅଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବ ସ୍ଥାନ ପାଇଛନ୍ତି । ସହରାଞ୍ଚଳ ବିକାଶ କମିଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସଂସଦୀୟ ଜଳ ସଂପଦ କମିଟିରେ ନରେନ୍ଦ୍ର କୁମାର ସ୍ୱାଇଁ ସ୍ଥାନ ପାଇଛନ୍ତି ।