ଅର୍ଥନୈତିକ ସ୍ଥିତି ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି ଓ ମୁଦ୍ରାସ୍ଫୀତି ୪ ପ୍ରତିଶତ ତଳେ ରହିଛି ବୋଲି କହିଛନ୍ତି । ସେହିପରି ଶିଳ୍ପଜାତ ଉତ୍ପାଦନରେ ସୁଧାର ଆସିଛି । ଅର୍ଥମନ୍ତ୍ରୀ ପାର୍ସଲ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ଘୋଷଣା କରିବା ସହିତ ଆସନ୍ତା ୧୯ ତାରିଖରେ ସବୁ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ମୁଖ୍ୟଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ୨୦୨୦ ଜାନୁଆରୀ ୧ରୁ ନୂଆ ରସ୍ତାନୀ ନିୟମ ଲାଗୁ ହେବ । ବ୍ୟାଙ୍କ ଗୁଡ଼ିକର ବୀମା ଅର୍ଥ ରାଶିକୁ ବାର୍ଷିକ ୧୭ଶହ କୋଟିକୁ ବୃଦ୍ଧି କରାଯିବ । ୨୦୨୦ ସୁଦ୍ଧା ଦେଶରେ ୪ଟି ମେଗା ସପିଂ ଫେଷ୍ଟିଭାଲ୍ ହେବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ଳା ସୀତାରମଣ ।